ଋଣ

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:ଛୋଟ ଛାଞ୍ଚ:ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା

ଋଣ ହେଉଛି ଜଣେ, ଅନେକ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଇତ୍ୟାଦି କାହାଠୁ ଟଙ୍କା ଧାର ବା ବାକି ଆଣିଥିଲେ କୁହାଯାଇଥାଏ । ରୁଣକର୍ତ୍ତା ବା ଧାରୁଆ ସମ୍ପୂର୍ଣ୍ଣରୂପେ ମୂଳଧନ ଶୁଝିଲା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୁଧ ସହିତ ପରିଶୋଧ କରିବାକୁ ପଡିଥାଏ । ସାଧାରଣତଃ ଏକ ଦଲିଲରେ ଅନ୍ୟାନ୍ୟ ଦରକାରୀ ତଥ୍ୟ ସହିତ ଋଣ ନେଇଥିବା ମୂଳଧନ, ଋଣଦାତାଙ୍କୁ ମିଳିବାକୁ ଥିବା ବାର୍ଷିକ ସୁଧ, ଋଣକର୍ତ୍ତାଙ୍କର ପରବର୍ତ୍ତୀ ଟଙ୍କା ଦେବା ତାରିଖ ଇତ୍ୟାଦି ଲେଖାଥାଏ ।

ଋଣକର୍ତ୍ତାରୂପେ ଧାର ଦେବା ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ କମ୍ପାନୀଗୁଡିକର ଏକ ମୁଖ୍ୟ ବ୍ୟବସାୟ ମାର୍ଗ ଅଟେ । ଆଜିକାଲି ଅନେକ ଗୁଡିଏ ଆପ ନିଜର ଗ୍ରାହକମାନଙ୍କ ପାଇଁ ମଧ୍ୟ ଆଂଶିକ ପ୍ରକାରର ଋଣ ଦେଉଛନ୍ତି । ଅନ୍ୟ ସଂସ୍ଥାଗୁଡ଼ିକ ଋଣ କଣ୍ଟ୍ରାକ୍ଟ ଯଥା ବଣ୍ଡ ପ୍ରକାଶ କରି ଧାର କରିଥାନ୍ତି ।

ବିଭିନ୍ନ ପ୍ରକାରର ଋଣ

ସୁରକ୍ଷିତ

ଏହି ଋଣରେ ରୁଣକର୍ତ୍ତା କିଛି ସମ୍ପତ୍ତି (ଯଥା: କାର, ଜମି, ଘର, ସୁନାରୂପା ଇତ୍ୟାଦି) ବନ୍ଧାରେ ରଖି ଋଣ ନେଇଥାନ୍ତି । ଋଣ ଶୁଝି ନପାରିଲେ ଋଣଦାତା କ୍ଷତିପୂରଣ ବାବଦରେ ବନ୍ଧାଥିବା ସମ୍ପତ୍ତିକୁ ନିଜ ଅକ୍ତିଆରକୁ ଆଣିପାରିବେ ।

ସେହିଭଳି ଏକ କାର କିଣିବାକୁ ନିଆଯାଇଥିବା କାର ଋଣରେ କିଣାଯାଇଥିବା କାରଟି ବନ୍ଧା ପଡ଼ିଥାଏ । ଦୁଇ ପ୍ରକାରର ଗାଡ଼ି ଋଣ ଥାଏ ।

  • ସିଧାସଳଖ ଋଣ, ଏଥିରେ ବ୍ୟାଙ୍କରୁ ସିଧାସଳଖ ଋଣ ନିଆଯାଇଥାଏ ।
  • ପରୋକ୍ଷ ଋଣ, ଏଥିରେ ବିକ୍ରୀକରୁଥିବା ଗାଡ଼ିର ଶୋରୁମ ଡିଲର ବ୍ୟାଙ୍କ ଏବଂ ରୁଣକର୍ତ୍ତାଙ୍କ ଭିତରେ ମଧ୍ୟସ୍ଥି ସାଜି ଋଣ ବ୍ୟବସ୍ଥା କରାଇଦିଅନ୍ତି ।

ଅସୁରକ୍ଷିତ

ଅସୁରକ୍ଷିତ ରୂଣଗୁଡ଼ିକରେ କିଛି ବନ୍ଧା ରଖାଯାଇନଥାଏ । ବିଭିନ୍ନ ପ୍ରକାରର ଏହି ଭଳି ରୂଣଗୁଡ଼ିକ ହେଲା:

  • କ୍ରେଡିଟ କାର୍ଡ଼ ଋଣ
  • ବ୍ୟକ୍ତିଗତ ଋଣ
  • ବ୍ୟାଙ୍କ ଓଭରଡ୍ରାଫ୍ଟ ଇତ୍ୟାଦି ।

ସୁଧର ହାର ଉଭୟପକ୍ଷଙ୍କର ମଧ୍ୟରେ ନିର୍ଦ୍ଧାରଣ କରାଯାଇଥାଏ । ଏଥିରେ କୌଣସି ନିୟମ ନଥାଏ । ସାଧାରଣତଃ ଅସୁରକ୍ଷିତ ଋଣର ସୁଧାର ହାର ଅଧିକ ଥାଏ, କାରଣ ଏଥିରେ ଋଣଦାତାଙ୍କର ଟଙ୍କା ବୁଡ଼ିବାର ଅବସର ଅଧିକ ଥାଏ ।

ଦାବି

ଦାବିଯୁକ୍ତ ଋଣଗୁଡିକ ସ୍ୱଳ୍ପମିଆଦୀ ଋଣ ହୋଇଥାଏ ।[] ଏହାର ପରିଶୋଧ କରିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ଅନ୍ୟପକ୍ଷରେ ଏହାର ଏକ ଭାସମାନ ଋଣ ଥାଏ ଯାହା ସମୟାନୁସାରେ ପରିବର୍ତ୍ତିତ ହୋଇଥାଏ । ଋଣଦାତା ଚାହିଁଲେ କେବେବି ଋଣ ପରିଶୋଧ ପାଇଁ ଦାବି କରିପାରିବେ । ଏହା ଉଭୟ ସୁରକ୍ଷିତ କିମ୍ବା ଅସୁରକ୍ଷିତ ହୋଇପାରେ ।

ରିହାତିଯୁକ୍ତ

ଏକ ରିହାତିଯୁକ୍ତ ଋଣରେ ମୁଖ୍ୟତଃ ସୁଧ କିଛି ପରିମାଣରେ ସରକାରଙ୍କଦ୍ୱାରା କମ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ ଛାତ୍ରଋଣରେ ଏହିଭଳି ହୋଇଥାଏ ।[]

ସୁବିଧାପୂର୍ଣ୍ଣ

ଏହି ଋଣ ପ୍ରାୟତଃ ବିଦେଶୀ କମ୍ପାନୀ ବିକାଶଶୀଳ ଦେଶକୁ ସୁଧରେ ରିହାତି ଦେଇ କିମ୍ବା ପରିଶୋଧର ସମୟ ବଢ଼ାଇ ପ୍ରଦାନ କରିଥାନ୍ତି ।[]

ଲକ୍ଷିତ ଗ୍ରାହକ

ରୁଣକର୍ତ୍ତା ବ୍ୟକ୍ତି କିମ୍ବା ବ୍ୟବସାୟ ହିସାବରେ ଅଲଗା ନିୟମ ହୋଇଥାଏ ।

ବ୍ୟକ୍ତିଗତ

ସାଧାରଣ ବ୍ୟକ୍ତିଗତ ଋଣଗୁଡ଼ିକ ହେଲା ମର୍ଡଗେଜ ଋଣ, କାର ଋଣ, କ୍ରେଡିଟ କାର୍ଡ଼, ଇନଷ୍ଟାଲମେଂଟ ଋଣ ଏବଂ ଦରମା ଋଣ ଇତ୍ୟାଦି । ବ୍ୟକ୍ତିର କ୍ରେଡିଟ ସ୍କୋର ଦେଖିକି ଋଣର ପରିମାଣ ଆଦି ଧାର୍ଯ୍ୟ ହୋଇଥାଏ । ଅଧିକ ସମୟର ଋଣ ନେଲେ ମାସିକ ଦେୟର ପରିମାଣ କମ ହୋଇଥାଏ । କିନ୍ତୁ ଯେତେ ଅଧିକ ସମୟ ନେବେ ସେତେ ଅଧିକ ସୁଧ ସହ ମୂଳ ଦେବାକୁ ପଡିଥାଏ । []

ବ୍ୟବସାୟିକ

ବ୍ୟବସାୟର କ୍ରେଡିଟ ରେଟିଙ୍ଗ ଦେଖି କର୍ପୋରେଟ ବଣ୍ଡ, ବ୍ୟବସାୟିକ ମର୍ଡଗେଜ ଆଦି ରଖି ଋଣ ମିଳିଥାଏ ।

ଋଣ ପରିଶୋଧ

ସାଧାରଣତଃ ଅଧିକାଂଶ ଋଣରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସମାନ ପରିମାଣର ଅର୍ଥ ପେୟ କରିବାକୁ ପଡିଥାଏ ।[]

P=Lc(1+c)n(1+c)n1

ଯେଉଁଠାରେ

ମାସିକ ସ୍ଥାୟୀ ଦେୟ: P

ଋଣର ପରିମାଣ: L

ଋଣ ପରିଶୋଧର ସମୟ: n ମାସ ଏବଂ

ମାସିକ ସୁଧ ହାର: c

ଋଣ ଶୋଷଣ

ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି ।[] [] ଋଣଦାତା ଅଧିକ ସୁଧର ହାର କିମ୍ବା ଖୁବ କମ ସମୟ ଋଣ ପରିଶୋଧ କରିବାକୁ ଦେଇ, ବନ୍ଧା ସମ୍ପତ୍ତି ହାତେଇ ନେବାର ନଜିର ରହିଛି । କ୍ରେଡିଟ କାର୍ଡ଼ କମ୍ପାନୀଗୁଡ଼ିକ ସାଧାରଣତଃ ଅଧିକ ସୁଧ ହାର ପାଇଁ ସମାଲୋଚିତ ହୋଇଥାନ୍ତି ।[]

ଅନ୍ୟାନ୍ୟ

ଋଣ ପରିଶୋଧ ନକରିପାରି ଚାଷୀ ଆତ୍ମହତ୍ୟା ଭାରତରେ ଏକ ମୁଖ୍ୟ ସମସ୍ୟା ।[] ୨୦୧୮ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ଚାଷୀ ଋଣଗ୍ରସ୍ତ ଥିଲେ ।[୧୦]

ଆହୁରି ଦେଖନ୍ତୁ

ଆଧାର

ଛାଞ୍ଚ:ଆଧାର