ଆଲବର୍ଟ ଆଇନଷ୍ଟାଇନ

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:ଛୋଟ ଛାଞ୍ଚ:Infobox scientist ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E=mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।

ବାଲ୍ୟକାଳ ଓ ଶିକ୍ଷା

୧୯୪୮ର ଛବି

ଆଲବର୍ଟ ଆଇନଷ୍ଟାଇନ ୧୪ ମାର୍ଚ୍ଚ ୧୮୭୯ ମସିହାରେ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟର ଉଲ୍ମ ସହରରେ ଜନ୍ମ ଗ୍ରହଣ କରିଥିଲେ ।[] ତାଙ୍କ ପିତା ହେର୍ମାନ୍ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଏବଂ ଇଞ୍ଜିନିଅର ଥିଲେ ଏବଂ ତାଙ୍କ ମା' ପୌଲିନ୍ କୋଖ୍‌ ଥିଲେ । ୧୮୮୦ ମସିହାରେ, ତାଙ୍କ ପରିବାର ମ୍ୟୁନିଖର ଲୁଡ୍‌ଭିଗସ୍‌ଭୋରଷ୍‌ଟାଟ୍-ଇଜାର୍‌ଭୋରଷ୍‌ଟାଟ୍ ଅଞ୍ଚଳକୁ ସ୍ଥାନାନ୍ତର ହେଲେ, ଯେଉଁଠି ତାଙ୍କ ପିତା ଏବଂ ଦାଦା ଜାକୋବ୍‌ ମିଶି "Elektrotechnische Fabrik J. Einstein & Cie" ନାମକ ଏକ କମ୍ପାନୀ ଖୋଲିଥିଲେ, ଯାହା ପ୍ରତ୍ୟକ୍ଷ ବିଦ୍ୟୁତ ଆଧାରିତ ବିଦ୍ୟୁତ ଉପକରଣ ଉତ୍ପାଦନ କରୁଥିଲା ।

ସେ ବାଳ୍ୟକାଳରେ ଘଟିଥିବା ଏକ ଘଟଣା ସମ୍ପର୍କରେ ପ୍ରାୟ ଉଲ୍ଲେଖ କରୁଥିଲେ—ଯେତେବେଳେ ସେ ଅସୁସ୍ଥ ହୋଇ ଶୋଇଥିଲେ, ତାଙ୍କ ପିତା ତାଙ୍କୁ ଏକ କମ୍ପାସ୍‌ ଆଣିଦେଇଥିଲେ । ଏହି ଅନୁଭବ ତାଙ୍କ ଜୀବନଭରି ବିଦ୍ୟୁତ୍ଚୁମ୍ବକତା ପ୍ରତି ଆକର୍ଷଣ ସୃଷ୍ଟି କଲା । ସେ ଏହି ଅନୁଭବରୁ ବୁଝିପାରିଲେ ଯେ, "କିଛି ଗଭୀର ଅବ୍ୟକ୍ତ ଜିନିଷ ଏହି ସବୁ ଜିନିଷର ପଛରେ ରହିଛି ।"

ଆଲବର୍ଟ ପାଞ୍ଚ ବର୍ଷ ବୟସରେ ମ୍ୟୁନିଖର St. Peter's କାଥୋଲିକ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ଆଠ ବର୍ଷ ବୟସରେ, ସେ Luitpold Gymnasiumକୁ ସ୍ଥାନାନ୍ତରିତ ହେଲେ, ଯେଉଁଠି ସେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ ।

ବ୍ୟକ୍ତିଗତ ଜୀବନୀ

୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କରିଥିଲେ ଓ ସେଠାରେ ସେ honorary degreeରେ ସମ୍ମାନିତ ହୋଇଥିଲେ ।

ଆଧାର

ଛାଞ୍ଚ:ଆଧାର ଛାଞ୍ଚ:ଅଧାଗଢା